ଭାରତରେ ମନ୍ଦିର ପୂଜକଙ୍କୁ ହତ୍ୟା

 ମନ୍ଦିର ପୂଜକଙ୍କୁ ନୃଶଂସ ହତ୍ୟା, ଗୁଳି କରିବା ପରେ ଆଖି ଖୋଳି ନେଲେ 

ପାଟନା, ୧୭ ।୧୨-23 : ମନ୍ଦିର ପୂଜକଙ୍କୁ ନୃଶଂସ ହତ୍ୟାୟ ଗୁଳି ମାରିବା ସହ ଆଖି ଖୋଳି ନେଲେୟ ଶେଷରେ ଗୁପ୍ତାଙ୍ଗ କାଟି ହତ୍ୟା କଲେୟ ବିହାର ଗୋପାଳଗଞ୍ଜ ଜିଲ୍ଲାରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଲଙ୍କାକାଣ୍ଡ ହୋଇଛିୟ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମାର୍ପିଟ୍ ହେବା ସହ କିଛି ପୁଲିସ କର୍ମୀ ଆହତ ହୋଇଛନ୍ତି । ପୂର୍ବତନ ବିଜେପି ଡିଭିଜନାଲ ଅଧ୍ୟକ୍ଷ ଅଶୋକ କୁମାର ଶାହଙ୍କର ଭାଇ ମନୋଜ କୁମାର ଦାନପୁର ଗାଁରେ ଥିବା ଏକ ଶିବ ମନ୍ଦିରର ପୂଜକ । ସେ ଗତ ୬ ଦିନ ହେଲା ଅନୁପସ୍ଥିତ ଥିଲେ । ମନୋଜ ପୂଜା ପାଇଁ ଘରୁ ମନ୍ଦିରକୁ ବାହାରିଯାଇଥିଲେ । ହେଲେ ୬ ଦିନ ପରେ ଶନିବାର ପୁଲିସ ଏକ ବୁଦାରୁ ତାଙ୍କର ବିଭିନ୍ନ ମୃତଦେହ ଉଦ୍ଧାର କରିଛି । ଘଟଣାରେ ସ୍ଥାନୀୟ ଲୋକେ ପୁଲିସର ଅବହେଳାକୁ ଦାୟୀ କରି ପୁଲିସ ଉପରେ ପଥର ମାଡ଼ କରିବା ସହ ପୁଲିସ ଗାଡ଼ି ଜାଳି ଦେଇଛନ୍ତି । ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଫଲ୍ସ ଫାଇଂରି କରିଥିଲା । ଏହାପରେ ଗୋପାଳଗଞ୍ଜ ଏସ୍ଡିପିଓ ପ୍ରାଞ୍ଜଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ ।


Comments

Popular posts from this blog

ଆଫଗାନୀସ୍ଥାନରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ

କାଉଡିଆଙ୍କୁ ଆକ୍ରମଣ