ହିନ୍ଦୁଙ୍କ ଆସ୍ଥାକୁ ବିରୋଧ
ହନୁମାନଙ୍କ ପତାକା ଲଗାଇବାକୁ ନେଇ କର୍ଣ୍ଣାଟକରେ ଉତ୍ତେଜନା, ଲାଗିଲା ଧାରା ୧୪୪ 30-1-2024 ବେଙ୍ଗାଲୁରୁ: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା କେରାଗୋଡୁ ଗାଁରେ ହନୁମାନଙ୍କ ପତାକାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ସ୍ଥିତି ଏଭଳି ହୋଇଛି ଯେ, ଗାଁରେ ୧୪୪ ଧାରା ଲାଗୁ ହୋଇଛି । ବହୁମାତ୍ରାରେ ପୋଲିସ୍ ଫୋର୍ସ ନିୟୋଜିତ ହୋଇଛି । ସୂଚନା ଅନୁଯାୟୀ, ଗତ ସପ୍ତାହରେ ଗାଁର କିଛି ଯୁବକ ଗୋଷ୍ଠୀ ୧୦୮ ଫୁଟ ଉଚ୍ଚ ଖୁଣ୍ଟରେ ହନୁମାନଙ୍କ ପତାକା ଲଗାଇଥିଲେ । ଗ୍ରାମ ପଞ୍ଚାୟତ ତରଫରୁ ସେହି ପତାକା ଲଗାଇବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ କିଛି ଲୋକ ଏହି ପତାକା ଲଗାଇବାକୁ ଏହାକୁ ବିରୋଧ କରିଥିଲେ । ଏହା ପରେ ପ୍ରଶାସନିକ ଅଧିକାରୀଙ୍କ ତରଫରୁ ଗାଁ ଲୋକଙ୍କୁ ସେହି ପତାକା ହଟାଇଦେବାକୁ କୁହାଯାଇଥିଲା । ଯାହାକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଗାଁର ଅଧିକାଂଶ ଲୋକଙ୍କ କହିବା ଅନୁଯାୟୀ ପତାକା ଆମ ଆସ୍ଥାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଏବଂ କିଛି ଲୋକ ଏହା ଉପରେ ରାଜନୀତି କରୁଛନ୍ତି । ଗାଁ ଲୋକଙ୍କ ସହ ବିଜେପି, ଜେଡିଏସ ଏବଂ ବଜରଙ୍ଗ ଦଳର ଲୋକମାନେ ମଧ୍ୟ ଓହ୍ଲାଇଛନ୍ତି । ଗାଁରେ ବିରୋଧ ପ୍ରଦର୍ଶନ ମଧ୍ୟ ଜାରି ରହିଛି । ଶନିବାର ପତାକା ଓହ୍ଲାଇବା ଆଦେଶର ବିରୋଧରେ ଗାଁଲୋକେ ଦୋକାନ ବଜାର ମଧ୍ୟ ବନ୍ଦ କରିଥିଲେ । ରବିବାର ଗ୍ରାମର ପଞ୍ଚାୟତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ପତାକା ଓହ୍ଲାଇବାକୁ ଚାହୁଥିଲେ । କ...