ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ମାମଲା

 ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ମାମଲା: ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

2-1-2024

କଟକ: ଓଡ଼ିଶା ହାଇକୋର୍ଟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ମାମଲା ଏକ ନୂଆ ମୋଡ଼ ନେଇଛି । ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଶୁଣାଣି କରି କାହିଁକି ସିବିଆଇ ତଦନ୍ତ ହେବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ । ମାର୍ଚ୍ଚ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତରେ କିଛି ଦିଗକୁ ଅଣଦେଖା କରାଯାଇଥିବା ଆବେଦନକାରୀ ଆଇନଜୀବୀ ଦେବାଶିଷ ହୋତା ଆବେଦନରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ୨୦୦୮ ମାର୍ଚ୍ଚ ୨୩ ତାରିଖରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଘଟିଥିଲା ।

Comments

Popular posts from this blog

ଆଫଗାନୀସ୍ଥାନରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ

କାଉଡିଆଙ୍କୁ ଆକ୍ରମଣ